Canada's #1 Community Marketplace
Home Blog News Announcements Pricing Register Free
top

Commissionerate Police Takes Major Action: ଅନଲାଇନ୍ ଟାକ୍ସି ଚାଳକଙ୍କ ଉନ୍ମତ୍ତକାଣ୍ଡ: ୫୦ରୁ ଅଧିକ ଗିରଫ, ୧୪ଟି ‘ଆମ ବସ୍’ ଭଙ୍ଗାରୁଜା

📰 Otv News 🕐 1 min read 📅 August 19, 2026 👁 3 views
Commissionerate Police Takes Major Action: ଅନଲାଇନ୍ ଟାକ୍ସି ଚାଳକଙ୍କ ଉନ୍ମତ୍ତକାଣ୍ଡ: ୫୦ରୁ ଅଧିକ ଗିରଫ, ୧୪ଟି ‘ଆମ ବସ୍’ ଭଙ୍ଗାରୁଜା
ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନ ବେଳେ ଉପୁଜିଥିବା ଉତ୍ତେଜନା ଓ ହିଂସାକାଣ୍ଡ ଘଟଣାରେ ବଡ଼ ଆକ୍ସନ୍ ନେଇଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ୫୦ରୁ ଅଧିକ ଓଲା, ଉବେର ଓ ରାପିଡୋ ଚାଳକଙ୍କୁ ଗିରଫ କରାଯାଇଛି। ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଢେଲାପଥର ମାଡ଼ ସହ ବସ୍ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ରହିଛି। ଆନ୍ଦୋଳନ ବେଳେ ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଆନ୍ଦୋଳନକାରୀମାନେ ପୋଲିସକୁ ଢେଲାପଥର ମାଡ଼ କରିବା ସହ ସରକାରୀ ବସ୍‌କୁ ଟାର୍ଗେଟ୍ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୪ଟି ‘ଆମ ବସ୍’ ଭଙ୍ଗାରୁଜା ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜାରେ ୧୪ଟି ‘ଆମ ବସ୍’ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବସ୍‌ଗୁଡ଼ିକ ଉପରେ ଆକ୍ରମଣ ଏବଂ ପୋଲିସ ଉପରକୁ ପଥରମାଡ଼ ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ବଢ଼ାଯାଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ କମିଶନରେଟ୍ ପୋଲିସ ଆନ୍ଦୋଳନରେ ସାମିଲ ଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ୫୦ରୁ ଅଧିକ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାରେ ଆହୁରି କିଏ କିଏ ସାମିଲ ଥିଲେ, ସେନେଇ ତଦନ୍ତ ଜାରି ରହିଛି। ପଥରମାଡ଼ରୁ ଭଙ୍ଗାରୁଜା, ତେଜିଲା ଉତ୍ତେଜନା ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନ ସମୟରେ ହୋଇଥିବା ଏହି ହିଂସାକାଣ୍ଡ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା। ପୋଲିସ ଉପରକୁ ପଥରମାଡ଼ ଓ ବସ୍ ଭଙ୍ଗାରୁଜା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏବେ ଏହି ଘଟଣାରେ ଗିରଫ ସଂଖ୍ୟା ୫୦ ଟପିଥିବାରୁ ମାମଲା ଆହୁରି ଗମ୍ଭୀର ହୋଇଛି। ଭଙ୍ଗାରୁଜା, ପୋଲିସ ଉପରେ ଆକ୍ରମଣ ଏବଂ ଆନ୍ଦୋଳନ ସମୟରେ ହିଂସାକାଣ୍ଡ ପଛରେ କାହାର ଭୂମିକା ଥିଲା, ସେନେଇ କମିଶନରେଟ୍ ପୋଲିସ ଖୋଳତାଡ଼ କରୁଛି।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan