top
Villagers Protest Alleged Illegal Electric Fencing: ବିଦ୍ୟୁତ ବାଡ଼ ଅଭିଯୋଗରେ ତାତିଲେ ଗ୍ରାମବାସୀ, ଷଣ୍ଢ ମୃତ୍ୟୁ ପରେ ଥାନାରେ ଏତଲା
ଗାଁ ଗହଳିରେ ଘର ବାଡ଼ ସବୁଠି ବିଦ୍ୟୁତ ତାର ସଂଯୋଗକୁ ନେଇ ତାତିଲେ ଗ୍ରାମବାସୀ। ବେଆଇନ ଭାବେ ବିଦ୍ୟୁତ ସଂଯୋଗ କାରବାରକୁ ବିରୋଧ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ନୂଆଁ ଗାଁ ଇଚ୍ଛାପୁରରୁ। ଅଭିଯୋଗ ଅନୁସାରେ ଗାଁର ମାଗୁଣି ସିଂ ନାମକ ବ୍ୟକ୍ତି ନିଜ ଘରର ବାଡ଼ ଚାରିପଟେ ବେଆଇନ ଭାବେ ବିଦ୍ୟୁତ ତାର ଲଗାଇଛନ୍ତି। ବିଦ୍ୟୁତ ଆଘାତରେ ଏକ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜୀବଜନ୍ତୁଙ୍କର ମଧ୍ୟ ଜୀବନ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ପଡୋଶୀ ଘର କାନ୍ଥ ମରାମତି ବେଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତିଛନ୍ତି ପରିବାର। ଗାଁ ଗହଳି ଭଳି ଜନବସତିରେ ଏଭଳି ବିପଦପୂର୍ଣ୍ଣ ବିଦ୍ୟୁତ ବାଡ଼ ଯୋଗୁଁ ସମସ୍ତଙ୍କ ଜୀବନ ପ୍ରତି ବିପଦ ରହିଛି। ଏନେଇ ଗ୍ରାମବାସୀ ବାଂଶଡା ଥାନାରେ ମାଗୁଣି ସିଂଙ୍କ ବିରୋଧରେ ଏତଲା ଦେଇଛନ୍ତି।
Read full article on Otv News