Canada's #1 Community Marketplace
Home Blog News Announcements Pricing Register Free
crime

Over 2 Million Vehicle RCs Face Action: ଆପଣଙ୍କ ଗାଡ଼ିର RC ବୈଧ ଅଛି ତ? ଏବେ ହିଁ କରନ୍ତୁ ଯାଞ୍ଚ

📰 Otv News 🕐 1 min read 📅 August 27, 2026 👁 2 views
Over 2 Million Vehicle RCs Face Action: ଆପଣଙ୍କ ଗାଡ଼ିର RC ବୈଧ ଅଛି ତ? ଏବେ ହିଁ କରନ୍ତୁ ଯାଞ୍ଚ
ରାସ୍ତାରେ ଗାଡ଼ି ଚାଲୁଥିବ କିନ୍ତୁ RC ବାତିଲ ହୋଇଯିବ। ଆପଣ ଜାଣିନଥିବେ ଆପଣଙ୍କ ଗାଡ଼ିର ଅନୁମତି ହିଁ ନଥିବ। ଥରେ ଗାଡ଼ିର ନମ୍ବର ଯାଞ୍ଚ କରନ୍ତୁ, RC ବୈଧ ଅଛି ତ? ରାଜ୍ୟର ୨୦ ଲକ୍ଷରୁ ଅଧିକ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବା RCକୁ ବାତିଲ ଅର୍ଥାତ ‘ପରମାନେଣ୍ଟ ଆର୍କାଇଭ୍’ ବର୍ଗକୁ ପଠାଇ ଯାଇଛି। କେତେବେଳେ ବି କୌଣସି ମୁହୂର୍ତ୍ତରେ ବାତିଲ ହୋଇପାରେ ଆପଣଙ୍କ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍। ବାରମ୍ବାର ନିୟମ ଖିଲାପ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଗାଡ଼ିର ଅନୁମତିକୁ ବାତିଲ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ। ଏଥିପାଇଁ ପଦକ୍ଷେପ ଆରମ୍ଭ ହୋଇଗଲାଣି। ରାଜ୍ୟରେ ଗଡୁଥିବା ପ୍ରାୟ ୧୦ ପ୍ରତିଶତ ଗାଡ଼ି ଉପରେ ଏବେ ହେବାକୁ ଯାଉଛି ଆକ୍ସନ୍। ବାତିଲ ହୋଇଯିବ ଗାଡ଼ିର ଅନୁମତି, ଆଉ ଗଡ଼ିବାକୁ ମିଳିବନି ସୁଯୋଗ। ନିୟମ କହୁଛି କ’ଣ? କାହା ଗାଡ଼ିର RC ବାତିଲ ହୋଇପାରେ? କେମିତି ହେବ ବାତିଲ? ଥରେ ଜାଣନ୍ତୁ...୩ ବର୍ଷରୁ ଅଧିକ ସମୟ ଧରି ଗାଡ଼ିର ଇନସ୍ୟୁରାନ୍ସ କରିନଥିଲେ, ୨ ବର୍ଷରୁ ଅଧିକ ଫିଟନେସ୍ ସାର୍ଟିଫିକେଟ୍ କରାଇନଥିଲେ। ଗାଡ଼ିକୁ ୧୫ ବର୍ଷରୁ ଅଧିକ ହେଲାଣି କିନ୍ତୁ ଆପଣ ଫିଟନେସ୍ ସାର୍ଟିଫିକେଟ୍ ନଆଣି ଚଲାଉଥଲେ ବାତିଲ ହୋଇପାରେ RC। ଖାଲି ସେତିକି ନୁହେଁ, ପଲ୍ୟୁସନ୍ କଣ୍ଟ୍ରୋଲ୍, ଟ୍ୟାକ୍ସ ଭଳି ଜରୁରୀ ଦସ୍ତାବିଜ୍ ଯଦି ନଥିବ ତାହେଲେ ବି ସରିଲା କଥା। କାରଣ ଦୀର୍ଘ ବର୍ଷ ଧରି ଏସବୁ ଆପଣ ରିନ୍ୟୁ କରୁନଥିଲେ ବି ଆକ୍ସନ୍ ହେବ। ତେଣୁ ଏବେ ଜରୁରୀ ହୋଇପଡ଼ିଛି କେମିତି RCକୁ ଆଧାର ସହ ଲିଙ୍କ୍ କରାଇବା ସହ ମୋବାଇଲ୍ ନମ୍ବରକୁ ଏଥିରେ ସଂଯୋଗ କରିବେ। ଫଳରେ ପ୍ରତିଟି ଅପଡେଟ୍ ଆପଣଙ୍କୁ ମିଳିପାରିବ।...ଏବେ ଏହି ୨୦ ଲକ୍ଷର ତାଲିକା ‘ପରମାନେଣ୍ଟ ଆର୍କାଇଭ୍’ ସିଷ୍ଟମରେ ଥିବା ବେଳେ ତୁରନ୍ତ ରିନ୍ୟୁ ନକଲେ ଏସବୁ ଗାଡ଼ି ନମ୍ବର କଂପ୍ଳାଇନ୍ ତାଲିକାକୁ ଚଢ଼ିବ। ଯାହାପରେ ତାକୁ ସ୍ବାଭାବିକ କରିବାକୁ ଅନେକ ସମୟ ଲାଗିପାରେ। ଦେଶରେ କୋଟି କୋଟି ସଂଖ୍ୟାରେ ଗାଡ଼ିର ପରମିଟ୍ ନାହିଁ, ଇନ୍ସୁରାନ୍ସ କି PUC ରିନ୍ୟୁ କରୁନାହାନ୍ତି। ତେଣୁ ଗାଡ଼ି ସହ ନିଜକୁ ଫିଟ୍ ରଖି ରାସ୍ତାକୁ ଓହ୍ଲାଇବା ପାଇଁ ଏହି ବ୍ୟବସ୍ଥା।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan