Canada's #1 Community Marketplace
Home Blog News Announcements Pricing Register Free
crime

Ganjam Displacement Issue Gets Major Relief: ୪୦ ବର୍ଷର ଅପେକ୍ଷାର ଅନ୍ତ, ଗଞ୍ଜାମରେ ବିସ୍ଥାପିତଙ୍କୁ ମିଳିଲା ବଡ଼ ଭେଟି

📰 Otv News 🕐 1 min read 📅 August 27, 2026 👁 3 views
Ganjam Displacement Issue Gets Major Relief: ୪୦ ବର୍ଷର ଅପେକ୍ଷାର ଅନ୍ତ, ଗଞ୍ଜାମରେ ବିସ୍ଥାପିତଙ୍କୁ ମିଳିଲା ବଡ଼ ଭେଟି
ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ। ଗଞ୍ଜାମ ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ୧୩୭୧ ପରିବାର ପାଇଁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ବତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ୧୦୦୮ ବାସଗୃହ ଯୋଗାଇ ଦିଆଯିବ। ଗୋଳାବନ୍ଧର ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ, ଆମ ସରକାର ଆସିବାପରେ ସ୍ଥାୟୀ ସମାଧାନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ଆଗାମୀ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, ତେଣୁ ଯୁବଗୋଷ୍ଠୀ ନିଜକୁ ଦକ୍ଷ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan